- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
ଜୁନ 19ରେ ଆକ୍ସିଓମ-4 ମିଶନର ଲଞ୍ଚିଂ
ନୂଆଦିଲ୍ଲୀ :- ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଲା ଓ ତିନି ଜଣ ଅନ୍ୟ ମହାକାଶ ଯାତ୍ରୀଙ୍କୁ ନେଇ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ସ୍ଟେସନ୍ ଯାଉଥିବା ବହୁପ୍ରତୀକ୍ଷିତ ଆକ୍ସିଓମ-4 ବ୍ୟବସାୟିକ ମିଶନ ବର୍ତ୍ତମାନ 19 ଜୁନରେ ଲଞ୍ଚ ହେବ। ଏହି ମିଶନ୍ ଭାରତ ପାଇଁ ଏକ ଗର୍ବର କ୍ଷଣ ହେବ, କାରଣ ଶୁଭାଂଶୁ ଶୁକ୍ଲା, ରାକେଶ ଶର୍ମା ପରେ ଦ୍ୱିତୀୟ ଭାରତୀୟ ହେବେ, ଯିଏ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ସ୍ଟେସନ୍ ଉପରେ ପଦାର୍ପଣ କରିବେ। ଏହା ପୂର୍ବରୁ ଶୁଭାଂଶୁଙ୍କ ଆକ୍ସିଓମ-4 ମିଶନ ଅନେକ ଥର ବାତିଲ ହୋଇଛି ।
କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ରାଜ୍ୟମନ୍ତ୍ରୀ ଡ଼. ଜିତେନ୍ଦ୍ର ସିଂହ ଶନିବାର ଦିନ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ଆକ୍ସିଓମ-4 ମିଶନର ଲଞ୍ଚିଂ ତାରିଖ ବର୍ତ୍ତମାନ 19 ଜୁନ ପାଇଁ ପୁନଃନିର୍ଧାରିତ ହୋଇଛି। ସ୍ପେସଏକ୍ସ ଟିମ୍ ନିଶ୍ଚିତ କରିଛି ଯେ, ଲଞ୍ଚିଂକୁ ପୂର୍ବରୁ ସ୍ଥଗିତ କରିଥିବାର ସମସ୍ତ ବିଷୟର ସଠିକ୍ ସମାଧାନ କରାଯାଇଛି। ଏହି ମିଶନ୍ ଜୁନ 19 ତାରିଖରେ ଫ୍ଲୋରିଡାର ନାସାରକେନେଡି ସ୍ପେସ୍ ସେଣ୍ଟରରୁ ଫାଲକନ-9 ରକେଟ୍ ମାଧ୍ୟମରେ ଉଡ଼ାଣ ଭରିବ।
ଏହି ମିଶନ ଭାରତର ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ ଅଟେ, ଯେଉଁଥିରେ ଭାରତୀୟ ବାୟୁ ସେନାର ଗ୍ରୁପ କ୍ୟାପଟେନ ଓ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଲା ଏକ ଆନ୍ତର୍ଜାତୀୟ ଦଳର ଅଂଶ ଭାବରେ ଅନ୍ତର୍ଭୁକ୍ତ ଅଛନ୍ତି।