- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଶନିବାର ଠାରୁ ଚିଲିକାର ହେବ ପକ୍ଷୀ ଓ ଡଲଫିନ ଗଣନା।
ଖୋର୍ଦ୍ଧା, 16 ଜାନୁଆରି- ଶନିବାର ମାରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିଲିକାକୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି, ସେନେଇ ଚିଲିକା ବନ୍ୟପ୍ରାଣୀ ବିଭାଗ ଆସନ୍ତାକାଲି ପକ୍ଷୀ ଗଣନା ପାଇଁ କର୍ମଚାରୀ ମାନଙ୍କୁ ତାଲିମ ଦିଆଯିବ ।ପରେ ଜାନୁଆରୀ ୧୮ ତାରିଖରେ ହେବ ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଇଲାକାରେ ଗୋଟିଏ ଦିନରେ ପକ୍ଷୀ ଗଣନା କରାଯିବ । ସେହିପରି ଜାନୁଆରୀ ୧୯ ତାରିଖରେ ଡଲଫିନ୍ ଗଣନା ପାଇଁ ଟ୍ରେନିଂ ଦିଆଯିବ । ଟ୍ରେନିଂ ପରେ ଜାନୁଆରୀ ୨୦,୨୧ ଏବଂ ୨୨ ତାରିଖ ଅର୍ଥାତ ୩ ଦିନ ଧରି ଡଲଫିନ୍ ଗଣନା କରାଯିବ । ଚିଲିକାରେ କେତେ ସଂଖ୍ୟକ ଡଲଫିନ୍ ଅଛନ୍ତି, ତାହାର ଗଣତି କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ । ବିଶେଷଜ୍ଞ, ଗବେଷକ, ରିସର୍ଚ୍ଚ ପର୍ସନ ଓ ଟୁରିଷ୍ଟ ଗାଇଡ୍ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ । ବାଲୁଗାଁ-ବଡକୁଳ ସ୍ଥିତ ସିଡିଏର ରିସର୍ଚ୍ଚ ସେଣ୍ଟର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅମ୍ଲାନ ନାୟକ ଏହି ସୂଚନା ଦେଇଛନ୍ତି ।