- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଡେବ୍ରିଗଡ଼ ଅଭ୍ୟୟାରଣ୍ୟ ହେଲା ଆଘାତ ମୁକ୍ତ ଅଞ୍ଚଳ
ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଡେବ୍ରିଗଡ ଅଭୟାରଣ୍ୟରେ ବନ୍ୟ ପ୍ରାଣୀ ସୁରକ୍ଷା ନେଇ ଅଭିନବ ପ୍ରୟାସରେ ୬୮ ଗ୍ରାମକୁ ସାମିଲ କରାଯାଇ ପ୍ରତ୍ୟେକ ଗ୍ରାମରେ ନୂତନ କମିଟି ଗଠନ କରାଯାଇଛି। ବିଭାଗ ଅଭୟାରଣ୍ୟ ସୀମା ୧ କି.ମି. ଭିତରେ ଓ ବାହାରେ ୧ କି.ମି. ଅଞ୍ଚଳକୁ ବନ୍ୟପ୍ରାଣୀ ଆଘାତ ମୁକ୍ତ ଅଞ୍ଚଳ ଘୋଷିତ କରିଛି। ଗ୍ରାମବାସୀ ମାନେ ବନ ବିଭାଗ ସହିତ ହାତ ମିଳାଇ ଶପଥ ନେଇଛନ୍ତି। ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ଯେ, ଡେବ୍ରିଗଡରେ ପର୍ଯ୍ୟକମାନଙ୍କୁ ସୁବିଧା ଓ ସୁରକ୍ଷା ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବନ୍ୟପ୍ରାଣୀ ସୁରକ୍ଷା ନେଇ ମଧ୍ୟ ପୂର୍ବରୁ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ସହଯୋଗ କରି ଆସୁଥିଲେ। ହେଲେ ବିଦ୍ୟୁତ୍ ଆଘାତ ସହିତ ବନ୍ୟପ୍ରାଣୀ ମାନେ ଶିକାରୀ ମାନଙ୍କ ହାବୁଡ଼ରେ ପଡ଼ି ଯାଉଥିଲେ। ତେଣୁ ସେମାନଙ୍କ ମାନସିକ ଓ ଶାରରିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଏହି ପ୍ରତିରୋଧ ଅଞ୍ଚଳରେ ବିଦ୍ୟୁତ୍ ହୁକ୍ ଲଗା ଯିବ ନାହିଁ। ବନ୍ୟପ୍ରାଣୀ ବିଚରଣ କରି ପାରିବେ । ଏହି ପ୍ରତିରୋଧକ ଜୋନ କ୍ରମାଗତ ସୀମାକୁ ଆବୃତ କରେ | ହିରାକୁଦ ଜଳଭଣ୍ଡାର ଆଦ୍ରଭୂମି ଦ୍ୱାରା ଘେରି ଏହି ଗ୍ରାମ ଗୁଡ଼ିକ ରହିଛି | ପ୍ରତ୍ୟେକ ଗ୍ରାମରେ ୨୦୦ ରୁ ୧୦୦୦ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ରହିଛି। ମିଳିତ ଭାବରେ ଏହି ଗୁରୁତ୍ ଅଞ୍ଚଳକୁ ଶକ୍ ଫ୍ରି କରିବାକୁ ସହମତ ହୋଇଛନ୍ତି। ଗତ ଦଶନ୍ଧିରେ ରୟାଲ ବେଙ୍ଗଲ ଟାଇଗର ଏବଂ ଚିତାବାଘ ସମେତ ବିଭିନ୍ନ ପ୍ରଜାତିର ଅନେକ ଜୀବଜନ୍ତୁ ଏଠାରେ ରହିଛନ୍ତି। ସମ୍ପୃକ୍ତ ଗ୍ରାମ ଗୁଡ଼ିକ କୃଷି ଭିତ୍ତିକ ଏବଂ ଫସଲକୁ ଅବନତିରୁ ବଞ୍ଚାଇବା ପାଇଁ ଏବଂ ମାଂସ ପାଇଁ ଶିକାର କରୁଛନ୍ତି । ଯେହେତୁ ସକାଳ ସମୟରେ ଅଭୟାରଣ୍ୟରୁ ବାହାରେ ପଶୁମାନଙ୍କର ନିୟମିତ ଭାବରେ ଚଳପ୍ରଚଳ କରନ୍ତି, ତେଣୁ ଏହି ଜୋନ କୁ ବିଦ୍ୟୁତ୍ ପ୍ରତିରୋଧକ ମୁକ୍ତ କରିବା ଜରୁରୀ ଥିଲା। ମେଟାଲ ଡିଟେକ୍ଟର, ଲାଇଭ ତାର ଡିଟେକ୍ଟରଗୁଡିକ ନିୟମିତ ବ୍ୟବହୃତ ହେଉଛି । ପାଟ୍ରୋଲିଂ ଦଳ ନିୟମିତ ନଜର ରଖିଛନ୍ତି । ୬ ଗାଡ଼ି ବ୍ୟବହାର କରାଯାଉଛି।