Breaking News
- ଓଡିଶା ବନ୍ଦକୁ ଅନୁଗୁଳ ଜିଲ୍ଲା କଂଗ୍ରେସର ସମର୍ଥନ
- 28 ତାରିଖ ଓଡିଶା ବନ୍ଦକୁ କଂଗ୍ରେସର ସମର୍ଥନ
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
ଉତରକାଶୀରେ ଭୂକମ୍ପ ଝଟ୍କା ଅନୁଭୂତ
FMNEWS.IN
25-01-2025
ଡେରାଡୁନ, 25 ଜାନୁଆରି (FMNews):- ଉତରାଖଣ୍ଡର ଉତରକାଶୀ ଜିଲ୍ଲାରେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଆଜି ଭୋର 5.48 ମିନିଟ ସମୟରେ ଭୂକମ୍ପର ହାଲୁକା ଅନୁଭୂତ ହୋଇଛି । ଫଳରେ ଲୋକେ ଆତଙ୍କିତ ହୋଇଛନ୍ତି । ଅଧିକାରୀଙ୍କ ଅନୁସାରେ, ଏବେ ଜିଲ୍ଲାରେ କୌଣସି ଧନଜୀବନ ହାନି ନେଇ ସୂଚନା ମିଳିନି । ଗତ ଦୁଇଦିନରୁ ଉତରକାଶୀରେ ଚାରି ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି ।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 2.04 ରେକର୍ଡ ହୋଇଛି । ଏହାର କେନ୍ଦ୍ର ଡୁଣ୍ଡା ତହସିଲର ଖୁରକୋଟ ଗାଁ ଓ ଭରଣଗାଓଁର ମଧ୍ୟ ବନାଂଚଳରେ ଥିଲା ।