- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ହାତୀ ଆକ୍ରମଣରେ ଜଣେ ମୃତ
(FMNews): ଚମ୍ପୁଆ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟ୍ ଅନ୍ତର୍ଗତ ଚମକପୁର ପଂଚାୟତ ରେଭେନ୍ସାପୁର(କ) ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ରେଭେନ୍ସାପୁର(ଖ) ଗ୍ରାମର ରଥ ମୁଣ୍ଡା(୪୫)।
ଗତ ରାତି ପ୍ରାୟ ଦୁଇଟା ସମୟରେ ରଥ ପରିସ୍ରା କରିବା ପାଇଁ ଘରୁ ବାହାରକୁ ବାହାରି ଥିବାବେଳେ ଘର ନିକଟରେ ଥିବା ଏକ ଗୋଠଛଡ଼ା ଦନ୍ତା ହାତୀ ହାବୁଡରେ ପଡି ଯାଇଥିଲେ। ଦନ୍ତା ହାତୀଟି ରଥଙ୍କୁ ପାଦରେ ଦଳି ଦେବା ସହ ଦାନ୍ତରେ ଉଠାଇ ଫିଙ୍ଗି ଦେଇଥିଲା। ଫଳରେ ରଥଙ୍କ ପେଟରୁ ଅନ୍ତବୁଜୁଳା ବାହାରି ପଡିବା ସହ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଖବର ପାଇ ଆଜି ସକାଳେ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ରଥ ମୁଣ୍ଡାଙ୍କ ମୃତଦେହକୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ କି, ଚମକପୁର ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେବ ୩୨ ଟିକିଆ ହାତୀପଲ ଡେରା ପକାଇ ଫସଲ ନଷ୍ଟ କରିବା ସହ ଉପଦ୍ରବ ଜାରୀ ରଖିଛନ୍ତି।