BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

୨୧ ଦିନରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଗଣଧାରଣା ଜାରି : ଆନ୍ଦୋଳନରେ ଯୋଗଦେଲେ ବିରୋଧୀ ଦଳ ନେତା ସହ ବିଭିନ୍ନ ସଂଗଠନ

FMNEWS.IN 16-12-2024
Gandhamardan Suraka Yuva Parishad's counting continues in 21 days: Opposition party leaders and various organizations joined the movement

ବଲାଙ୍ଗିର : ଗନ୍ଧମାର୍ଦ୍ଦନକୁ ବଞ୍ଚାଇବାକୁ ନେଇ ଗଣଧାରଣା ୨୧ ଦିନରେ ପହଞ୍ଚି ଥିବାବେଳେ ବିରୋଧୀଦଳ ନେତା ମାନଙ୍କ ସହ ଅଞ୍ଚଳର ବିଭିନ୍ନ ସଂଗଠନ ୠୁଡ଼ିକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ଆଦାନୀ ଗ୍ରୁପ ଜମି କିଣାକୁ ନେଇ ଆନ୍ଦୋଳନ ଜୋର ଧରିଛି । ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଶାସକ ଦଳକୁ ବିରୋଧୀ ଘେରିଛନ୍ତି । ଗନ୍ଧମାର୍ଦ୍ଦନକୁ ନେଇ ଏକ ପ୍ରକାର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ୧୯୮୨ ମସିହାରେ ତତ୍କାଳୀନ ସରକାର ଗନ୍ଧମାର୍ଦ୍ଦନକୁ ବକ୍ସାଇଟ ଖଣି ଖନନ ପାଇଁ ବାଲକୋ କମ୍ପାନୀକୁ ଲିଜରେ ଦେଇଥିଲେ । ପରେ ଏହାକୁ ନେଇ ପ୍ରବଳ ଜନ ଆନ୍ଦୋଳନ ହେବା ପରେ ୧୯୮୯ରେ ଏହି ପ୍ରକଳ୍ପର ଲିଜକୁ ବାତିଲ କରିଥିଲେ । ସେତେବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା । ଏବେ ପୁଣିଥରେ ଆଦାନୀ କମ୍ପାନୀ ଜମି କିଣିବା ପରେ ଉଠିଛି ପ୍ରତିବାଦର ସ୍ୱର । ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ନେଇ ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନ ଏବଂ ରାଜନେତା ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ବରଗଡ଼ ଜିଲ୍ଲା ପଦ୍ମପୁର ମାତୃଶକ୍ତି ସଂଗଠନର ସଭାପତି ସଞ୍ଜୁକ୍ତା ମାଝୀ, ବଲାଙ୍ଗିର ଜିଲ୍ଲା କୋଶଲ କ୍ରାନ୍ତିକାରୀ ଦଳର ମହାସଚିବ ପ୍ରମୋଦ ମିଶ୍ର, ଜିନ୍ଦାବାଦ ସଂଗଠନରୁ ଭୋଜରାମ ଭୋଇ, ଗନ୍ଧମାର୍ଦ୍ଦନ ଯୁବପରିଷଦର ଆବାହକ ଜୟ ସିଂ ପୁଝାରୀ, ଟେକେନ୍ଦ୍ର ଜାଲ, ସୁଶୀଳ ନାୟକ, ପ୍ରଶାନ୍ତ ମାଝୀ, ରାଜକୁମାର ସେଠ, ନରସିଂହ ବନଛୋର, କ୍ଷେତ୍ରି ଲୁହାରଙ୍କ ସହ ଶତାଧିକ ମହିଳା ଏବଂ ପୁରୁଷ ଖପ୍ରାଖୋଲ ଭରତ ପେଟ୍ରୋଲପମ୍ପ ଠାରୁ ପଦଯାତ୍ରାରେ ବାହାରି ନାରାବାଜି ଦେଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । କୋଶଲ କ୍ରାନ୍ତିକାରୀ ଦଳର ମହାସଚିବ ପ୍ରମୋଦ ମିଶ୍ର ନିଜ ଅଭିଭାଷଣରେ ଗନ୍ଧମାର୍ଦ୍ଦନ ଗୋଟିଏ ସାଧାରଣ ପର୍ବତ ନୁହେଁ, ଏଠାରେ ଯେତେ ପ୍ରକାର ଔଷଧିୟ ଚାରା ଅଛି, ପକ୍ଷୀ ରହୁଛନ୍ତି, ଯେତେ ପ୍ରକାର ମହତ୍ୱ ରହୁଛି, ଐତିହାସିକ ମହତ୍ୱ ରହୁଛି । ଆମ ପରମ୍ପରାରେ ଏହାର ବି ଗୁରୁତ୍ୱ ରହୁଛି । ଅଦାନୀଗ୍ରୁପ ଦ୍ୱାରା ଗନ୍ଧମାର୍ଦ୍ଦନ ନିକଟରେ ଏମିତି ଜମି କିଣାଯିବା ଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହ ଆନ୍ଦୋଳନ କାରୀ ମାନଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଡବଲ ଇଞ୍ଜିନ ସରକାର କୁ ତୀବ୍ର ସମାଲୋଚନା କରିଥଲେ ।