- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ସଠିକ ବର୍ଷା ସୂଚନା ଦେବାରେ ସରକାର ବିଫଳ- ବିଜେଡି
ଭୁବନେଶ୍ୱର, 23 ଡିସେମ୍ବର - ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ଉପରେ ପୂର୍ବତନ ବିଜେଡି ବିଧାୟକ ଭୂପିନ୍ଦର ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କୁ ଚିନ୍ତା ବଢେଇ ଦେଇଛି । କେତେ ପରିମାଣର ବର୍ଷା ହେବ ତାହା ସଠିକ ଭାବରେ ଚାଷୀଙ୍କୁ ସରକାର ଜଣାଇବାରେ ବିଫଳ ହେଇଛନ୍ତି। ବର୍ତ୍ତମାନ୍ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ ଆମେ ଚାଷୀଙ୍କ ପାଇଁ ସବୁ ବ୍ୟବସ୍ଥା କରୁଛୁ । ଏହା ଭଲ କଥା। ତେବେ ବ୍ୟବସ୍ଥା ଟା କଣ ହେବ ତାହା ତୃଣମୂଳ ସ୍ତରରେ ସ୍ପଷ୍ଟ ହୋଇପାରିନି । ବର୍ତ୍ତମାନ କଥା ହେଉଛି ସେମାନଙ୍କ ଋଣ ଛାଡ ହେବ କି ? ଦ୍ଵିତୀୟ କଥା ହୋଉଛି ଯୋଉ ଧାନ ଗୁଡ଼ିକ ବିଲରେଓଦା ହୋଇଯାଇଛି ବା ମଣ୍ଡିରେ ଓଦା ହୋଇଯାଇଛି ତାକୁ ସରକାର ବା ଏଫସିଆଇ ଗ୍ରହଣ କରିବେ କି ? ସମସ୍ୟାଟା କେବଳ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁନି ଏଫସି ଆଇ ଉପରେ ମଧ୍ୟ ନିର୍ଭର କରୁଛି। ତେଣୁ ରାଜ୍ୟ ସରକାର ତୁରନ୍ତ ଏ ସମ୍ପର୍କରେ ଏଫସିଆଇ ସହ ଆଲୋଚନା କରିବେ କି ?
ବିଭିନ୍ନ ଅଞ୍ଚଳରେ ଖୋଲିଥିବା ମଣ୍ଡିରେ କଟନୀଛଟନୀ ଯୋଗୁ ଚାଷୀ ମାନେ ଧାନ ଦେଇପାରୁନାହାଁନ୍ତି। ସରକାର ଏହି ସମସ୍ୟାର ସମାଧନ କରିଦେଇନ୍ତି ତେବେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଅଦିନିଆ ବର୍ଷା ଯୋଗୁଁ ପନିପରିବା ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ତାଙ୍କ ପାଇଁ କଣ କରିବା ସେଇଟା ମଧ୍ୟ ସରକାର ସ୍ପଷ୍ଟ କରିବା ଦରକାର । କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ ସହ ବିକଳ୍ପ ଚାଷ ପାଇଁ ବିହନ ମାଗଣାରେ ଦେବେ କି ? ରାଜ୍ୟସରକାର ତୁରନ୍ତ ଏ ଦିଗରେ ପଦକ୍ଷପ ଗ୍ରହଣ କରନ୍ତୁ ବୋଲି ବିଜେଡି ବିଧାୟକ ଭୂପେନ୍ଦ୍ର ସିଂ ଦାବି କରିଛିନ୍ତି ।