- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଶିମିଳିପାଳରେ ଲାଗିଛି ଶହେଟି ଏଆଇ କ୍ୟାମେରା - ନିକଟ ଅତୀତରେ ଶିମିଳିପାଳରେ 3 ମହାବଳର ମୃତ୍ୟୁ
ଭୁବନେଶ୍ୱର- ଶିମିଳିପାଳରେ ମହାବଳ ମୃତ୍ୟୁ ପ୍ରସଙ୍ଗରେ ବନ୍ୟପ୍ରାଣୀ ପିସିସିଏଫ ପ୍ରତିକ୍ରିୟା ରଖିଛନ୍ତି । ନିକଟ ଅତୀତରେ ଶିମିଳିପାଳରେ ୩ଟି ମହାବଳର ମୃତ୍ୟୁ ହୋଇଛି । ୨୦୨୩ ଏପ୍ରିଲ ୩୦ ରେ ଦୁଇଟି ବାଘ ମଧ୍ୟରେ ଲଢେଇ କାରଣରୁ ଗୋଟିଏ ମହାବଳର ମୃତ୍ୟୁ ହୋଇଥିଲା । ୨୦୨୪ ଫେବ୍ରୁଆରୀ ୬ରେ ଲିଭର୍ ଇନଫେକ୍ସନ୍ ଯୋଗୁଁ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଥିଲା । ଉଭୟ ମହାବଳର ପୋଷ୍ଟମର୍ଟମ୍ ରିପୋର୍ଟ ରହିଛି । ତୃତୀୟଟି ହେଉଛି ଏକ କଳା ମହାବଳ ଶାବକ । ମାଆଠୁ ଅଲଗା ଥିବାରୁ ଅନ୍ୟ ବନ୍ୟଜନ୍ତୁ ଶିକାର ପାଇଁ ଯାଇଥିବା ଶିକାରୀଙ୍କ ଶିକାର ହୋଇଥିଲା ଏହି କଳା ବାଘ ଶାବକଟି । ଏହି ଘଟଣା ପ୍ରାୟ ୨ ମାସ ତଳେ ଘଟିଥିବା ଜଣାପଡ଼ୁଛି । ଯେତେବେଳେ ବନ ବିଭାଗ ଟିମ ଯମୁନା ଓ ଜିନତକୁ ନେଇ ବ୍ୟସ୍ତ ଥିଲେ, ଶିକାରୀ ମାନେ ଏହାର ସୁଯୋଗ ନେଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ୧୦ ଜଣ ଗିରଫ ହୋଇଥିବା ବେଳେ ୬ଟି ବନ୍ଧୁକ ଜବତ ହୋଇଛି । ଜଣେ ଅଭିଯୁକ୍ତ ଫେରାର ଅଛି । AI କ୍ୟାମେରାରେ ମିଳିଥିବା ଫଟୋ ସହାୟତାରେ ଶିକାରୀ ପାଖରେ ପହଞ୍ଚିଥିଲା ବନ ବିଭାଗ । ଏବେ ଶିମିଳିପାଳ ରେ ୧୦୦ ଟି AI କ୍ୟାମେରା ଓ ୧୦୦ ଟି AR କ୍ୟାମେରା, ୮୫୦ ଟ୍ରାପ କ୍ୟାମେରା ଲାଗିଛି । ଗତ ୫-୬ ମାସ ମଧ୍ୟରେ ଶିମିଳିପାଳ ଅଞ୍ଚଳରେ ୨୭ଟି କେସ ହୋଇଛି । ୮୬ ବନ୍ଧୁକ ଜବତ ହୋଇଛି । ୪୫ ଜଣ ନିଜେ ଆସି ବନ୍ଧୁକ ସରେଣ୍ଡର କରିଛନ୍ତି । ୧୦୦ ଲୋକ ଧରା ପଡ଼ିଛନ୍ତି । ଆଗାମୀ ଦିନରେ ଶିମିଳିପାଳ ସୁରକ୍ଷା ପାଇଁ ଆଉ ୧୫୦ କ୍ୟାମେରା ଲାଗିବ । ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।