- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବର୍ଷର ଶେଷ ମିଶନ ପାଇଁ ଇସ୍ରୋର ପ୍ରସ୍ତୁତି, ଆଜି ରାତିରେ ସ୍ପେଡଏକ୍ସ ମିଶନର ଲଞ୍ଚିଂ
ନୂଆଦିଲ୍ଲୀ, 30 ଡିସେମ୍ବର - ଇଣ୍ଡିଆନ୍ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ସ୍ପେଡଏକ୍ସ ମିଶନର ଲଞ୍ଚିଂ ପାଇଁ ପ୍ରସ୍ତୁତ । ସୋମବାର ରାତି 9.58 ମିନିଟ ସମୟରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସ୍ପେସ ଡାକିଂଗ ଏକ୍ସପେରିମେଂଟର ଲଞ୍ଚିଂ ହେବ ।
ଭାରତ ଏହି ମିଶନର ସଫଳତା ପରେ ଆମେରିକା, ଋଷ ଓ ଚୀନର ବିଶେଷ କ୍ଲବରେ ସାମିଲ ହେବ । ଏହି ଦେଶ ନିକଟରେ ଏବେ ବାହାର ମହାକାଶରେ ଦୁଇ ମହାକାଶ ଯାନ ତଥା ଉପଗ୍ରହକୁ ଯୋଡିବା ଓ ଭିନ୍ନ କରିବାର କ୍ଷମତା ରହିଛି ।
ଇସ୍ରୋ ବର୍ଷରେ ନିଜର ଶେଷ ମିଶନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ଏହି ମିଶନରେ ମହାକାଶରେ ବୁଲେଟ ସ୍ପିଡରୁ ଦଶଗୁଣା ଅଧିକ ଦ୍ରୁତ ଭାବେ ଟ୍ରାଭେଲ କରୁଥିବା ଦୁଇଟି ସ୍ପେସକରାଫ୍ଟକୁ ମିଶାଯିବ, ଯାହାକୁ ଡକିଂ କୁହାଯାଏ ।ୱାଶିଂଟନ, 30 ଡିସେମ୍ବର (ହି.ସ.)- ଆମେରିକାର 39ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କର ଶହେ ବର୍ଷ ବୟସରେ ରବିବାର ବିୟୋଗ ହୋଇଛି । ସେ ଆମେରିକାର ସବୁଠୁ ଦୀର୍ଘ ସମୟ ଯାଏ ଜୀବିତ ରହିଥିବା ରାଷ୍ଟ୍ରପତି ଅଟନ୍ତି । ଜିମି କାର୍ଟର ଗରିବ ଓ ବଂଚିତଙ୍କ ସେବା ଓ ସେମାନଙ୍କ ଅଧିକାରର ଓକିଲାତି କରିଥିବା ମାନବବାଦୀ ନେତା ଭାବେ ଜଣାଶୁଣା ।