Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଆଗାମୀ ୩ ଦିନ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା
FMNEWS.IN
10-01-2025
ଭୁବନେଶ୍ୱର, ୧୦ ଜାନୁଆରୀ- ଆଗାମୀ ୩ ଦିନ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ । ଆଗାମୀ ୨ଦିନ ମଧ୍ୟରେ ଓଡ଼ିଶାର ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି ।
ସେହିପରି ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ସକାଳ ୮ଟା ୩୦ ସୁଦ୍ଧା ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ପୁରୀ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।