Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡା,ଶିମଳାର ରାତି ସମତଳ ଅଞ୍ଚଳ ଅପେକ୍ଷା ଗରମ
FMNEWS.IN
02-01-2025
ଶିମଳା 2 ଜାନୁଆରୀ : ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡାଜାରି ରହିଛି।ରାଜ୍ୟର ପାଞ୍ଚଟି ସହରରେ ପାରା ମାଇନସରେ ପହଁଞ୍ଚିଛି।ଲାହୌଲ -ସ୍ପିତି ଜିଲ୍ଲାର ତାବୋ-14.7 ଡିଗ୍ରୀ ସେଲସିୟସ ସହ ସର୍ବାଧିକ ଥଣ୍ଡା ଥିଲା।ଏହି ଜିଲ୍ଲାର ସମଦ୍ଧୋରେ ସର୍ବନିମ୍ନ ତାପମାତ୍ରା -9.3 ଡିଗ୍ରୀ ,କୁକୁମସେରୀରେ 6.9 ଡିଗ୍ରୀ ,କେଳଙ୍ଗରେ -6.2 ଡିଗ୍ରୀ ଏବଂ କିନ୍ନୋରର କଳ୍ପାରେ -2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ରାଜ୍ୟର ରାଜଧାନୀ ଶିମଳାର ସର୍ବନିମ୍ନ ତାପମାତ୍ରା 9.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ଏବଂ ଏହା ସାମାନ୍ୟରୁ 6.5 ଡିଗ୍ରୀ ଅଧିକ।କୌତୁହଳର ବିଷୟ ଏହା କି ଶିମଳାର ରାତି ବର୍ତ୍ତମାନ ସମତଳ ଅଞ୍ଚଳ ଅପେକ୍ଷା ଅଧିକ ଗରମ।ଗତ 24 ଘଣ୍ଟାରେ ଶିମଳାର ସର୍ବନିମ୍ନ ତାପମାତ୍ରାରୁ ଦୁଇ ଡିଗ୍ରୀ ବୃଦ୍ଧି ରେକର୍ଡ କରାଯାଇଛି।ଏହା ବ୍ୟତୀତ ରାଜ୍ୟର ଅନ୍ୟ ସମତଳ ଜିଲ୍ଲା ଭଳି ଉନା,ବିଳାସପୁର,ଏବଂ ହମୀରପୁର ଶିମଳା ଅପେକ୍ଷା ଅଧିକ ଥଣ୍ଡା ଅଟେ।