Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ
FMNEWS.IN
04-01-2025
ଭୁବନେଶ୍ୱର, 4 ଜାନୁଆରି - ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସମସ୍ତ ବସରେ ସ୍ମାର୍ଟ ଡିଭାଇସ ସମସ୍ତ ଲାଗିବ। ଯାହା ଫଳରେ ଆକ୍ସିଡେଣ୍ଟ କମିବ । ଆଇଆଇଟିମାଡ୍ରାସ ସହ ଅନ୍ୟମାନଙ୍କ ସାଙ୍ଗରେ ଚୁକ୍ତି ହୋଇଛି। ଡ୍ରାଇଭର ଆଖି ଟିକେ ପଡିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ। ମଦ ପିଇ ଗାଡି ଚଳେଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ। ରୋଡ ହାଇପ୍ନୋଟିଜିମକୁ ମଧ୍ୟ ଏଡେଇବ ଏହି ଡିଭାଇସ। ବସ୍ ମାଲିକ ମାନେ କହୁଥିଲେ ଏହି ଟେକ୍ନୋଲୋଜି ତାଙ୍କ ପାଖରେ ପଂହଚାଇବା ପାଇଁ। ସରକାର ଏ ବାବଦରେ ବଜେଟ ମଧ୍ୟ ଆଣିବେ। ଆସନ୍ତା ବଜେଟରେ ଏହା ଲାଗୁ ହୋଇପାରେ।