- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ହୀରାକୁଦ ଜଳ ଭଣ୍ଡାରରେ ବଢୁଛି ବିଦେଶାଗତ ପକ୍ଷୀଙ୍କର ଆଗମନ
(FMNews): -ହୀରାକୁଦ ଜଳଭଣ୍ଡାର ଏବେ ବିଦେଶାଗତ ପକ୍ଷୀଙ୍କ କଳରବରେ ଝୁମିଉଠିଛି । ଚଳିତ ବର୍ଷ ୩.୭୭ ଲକ୍ଷ ପକ୍ଷୀ ହୀରାକୁଦ ଜଳ ଭଣ୍ଡାରକୁ ଆସିଥିବା ପ୍ରଥମ ଆକଳନ କରାଯାଇଛି । ଏଥିରେ ସାଇବେରିଆ, ରୁଷିଆ, ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ସହିତ ଏସିଆର ବିଭିନ୍ନ ଅଂଚଳରୁ ଆସିଛନ୍ତି ବୋଲି ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ। ଚଳିତ ବର୍ଷ ୧୨୨ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ଆସିଥିବା ୧୧୩ ପ୍ରକାର ପ୍ରଜାତି ଠାରୁ ସାମାନ୍ୟ ଅଧିକ । ତେବେ ଏହି ଆକଳନ ଆଉ ଦିନେ ଦି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ।
ପ୍ରାୟତଃ ଡିସେମ୍ବର ଜାନୁୟାରୀ ମାସ ବେଳକୁ ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ହୀରାକୁଦର ମୋଟ୍ ୪୯୬.୬୦ ବର୍ଗ କିଲୋମିଟର ଜଳରାଶିରେ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଆସିଥାଆନ୍ତି। ଯାହା ୧ ବର୍ଗ କିଲୋମିଟରରୁ ୪୦ ବର୍ଗ କିଲୋମିଟର ମଧ୍ୟରେ ରହିଛି। ଏଥିପାଇଁ ସମ୍ବଲପୁର, ହୀରାକୁଦ ଏବଂ ଝାରସୁଗୁଡ଼ା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ୨୧ ସେକ୍ଟରରେ ପକ୍ଷୀ ଗଣନା କରାଯାଇଛି। ଏଥିପାଇଁ ୩୨ ଟିମ ଗଠନ କରାଯାଇଥିଲା। ୩୨ଟି ବୋଟରେ ୭୦ ଜଣ ପକ୍ଷୀ ବିଶେଷଜ୍ଞ ଏହି ପକ୍ଷୀଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରତ୍ୟେକ ସେକ୍ଟରରେ ଆସିଥିବା ପକ୍ଷୀ ଅନ୍ୟ ସେକ୍ଟର ଠାରୁ ଭିନ୍ନ । ସେମାନେ ନୂଆଁ ନୁଆଁ ଅଭିଜ୍ଞତା ଦେଇଥିଲେ । ବର୍ତମାନ ସୁଦ୍ଧା ମିଳିଥିବା ଆକଳନ ଅନୁଯାୟୀ, ଚଳିତ ବର୍ଷ ୫ ବର୍ଷ ମଧ୍ୟରେ ଆସିଥିବା ପକ୍ଷୀ ତୁଳନାରେ ସର୍ବାଧିକ ଅଟେ। ୨୦୨୪ ମସିହାରେ ଏଠିକୁ ୧୧୩ ପ୍ରକାରର ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ, ୨୦୨୦ ମସିହାରେ ଏଠାରେ ୯୩ ପ୍ରକାରର ୯୭ ହଜାର ୮୯୯, ୨୦୨୧ ମସିହାରେ ୯୮ ପ୍ରକାରର ୧ ଲକ୍ଷ ୨୪ ହଜାର ୮୬୪, ୨୦୨୨ ମସିହାରେ ୧୦୪ ପ୍ରକାରର ୨ ଲକ୍ଷ ୦୮ ହଜାର ୬୩୪, ୨୦୨୩ ମସିହାରେ ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ ଆସିଥିବା ନେଇ ରେକର୍ଡ କରାଯାଇ ଥିଲା ତେବେ ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗି ହୀରାକୁଦ ଜଳଭଣ୍ଡାର ବିଦେଶାଗତ ପକ୍ଷୀଙ୍କ ପର୍ଯ୍ୟଟନ ପାଲଟିଛି।