- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଆଜି ସନ୍ଧ୍ୟାରେ ସୁର୍ଯ୍ୟଙ୍କ ନିକଟତର ହେବ ପୃଥିବୀ,ଏକ ରେଖା ଗଠନ କରୁଥିବା ଦେଖାଯିବ ଶନି-ଚନ୍ଦ୍ରମା ଏବଂ ଶୁକ୍ର
(FMNews):--ଜ୍ୟୋତିର୍ବିଜ୍ଞାନରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଆଜି ଶନିବାର ଏକ ବିଶେଷ ଦିନ ହେବାକୁ ଯାଉଛି। ସନ୍ଧ୍ୟାରେ ଆକାଶରେ ଦୁଇଟି ଜ୍ୟୋତିର୍ବିଜ୍ଞାନ ଘଟଣା ଘଟିବ।ପ୍ରଥମ ଘଟଣାରେ ଅଣ୍ଡାକାର ପଥରେ ଘୁର୍ଣ୍ଣନ କରି ପୃଥିବୀ ଏହି ବର୍ଷ ପାଇଁ ସୁର୍ଯ୍ୟଙ୍କ ସବୁଠାରୁ ନିକଟତର ହେବ।ଦ୍ୱିତୀୟ ଘଟଣାରେ ଶନି,ଚନ୍ଦ୍ରମା ଏବଂ ଶୁକ୍ର ଆକାଶରେ ଏକ ରେଖା ଗଠନ କରୁଥିବା ଦେଖିବାକୁ ମିଳିବ।ଜାତୀୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ପ୍ରସାରଣକାରୀ ସାରିକା ଘାରୁ କହିଛନ୍ତି ଯେ ଏହି ଶୀତ ରୁତୁରେ ଲାଗୁଛି ଯେ ଉଷ୍ଣତା ପ୍ରଦାନ କରୁଥିବା ସୁର୍ଯ୍ୟ ବୋଧହୁଏ ଆମଠାରୁ ଦୁରେଇ ଯାଇଛନ୍ତି, କିନ୍ତୁ ତାହା ନୁହେଁ।ସେ କହିଥିଲେ ଯେ ପୃଥିବୀ ସୁର୍ଯ୍ୟଙ୍କ ଚାରିପଟେ ଘୁରି ବୁଲୁଥିବାବେଳେ ବର୍ଷରେ ଗୋଟିଏ ଦିନ ସୁର୍ଯ୍ୟଙ୍କ ସବୁଠାରୁ ନିକଟତର ହୁଏ ଏବଂ ଅନ୍ୟ ଦିନଠାରୁ ବହୁତ ଦୁରରେ ଥାଏ।ଆଜି ସନ୍ଧ୍ୟା 6ଟା58 ମିନିଟରେ ପୃଥିବୀ ସୁର୍ଯ୍ୟଙ୍କ ନିକଟତମ ସ୍ଥାନରେ ପହଁଞ୍ଚିଛି ଏବଂ ଏହି ଦୁରତା 14 କୋଟି 71 ଲକ୍ଷ ତିନି ହଜାର 686 କିଲୋମିଟରକୁ ହ୍ରାସ ପାଇବ।ଏହାକୁ ପେରିହେଲିୟନ ପଏଣ୍ଟକୁ ଆସିବା କୁହାଯାଏ।