- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଦଣ୍ଡାବଡ଼ ଇକୋ ଟୁରିଜିମରେ ପର୍ଯ୍ୟଟକଙ୍କ ଭିଡ଼
ଜୟପୁର ୩୧ ଡିସେମ୍ବର- ସବୁଜ ମୟ ଚତୁର୍ଦ୍ଦିଗ ରେ ଅନ୍ତହିନ ନିରନ୍ତର ବହୁଥିବା ପାଣିର ଧିର ଶବ୍ଦ ସାଙ୍ଗକୁ ପକ୍ଷୀ ମାନଙ୍କ କିଚିରି ମିଚିରି ସ୍ଵରରେ ଲୁଚିରହିଥିବା ସ୍ଥାନ। ଏବେ ଲୋକଲୋଚନକୁ ଆସିଛି l ପୂର୍ବରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏହି ସ୍ଥାନ ରେ ପ୍ରଶାସନିକ ସ୍ତର ର ତୂଳୀ ଅଙ୍କିବା ପରେ ଏହା ଏକ ପର୍ଯ୍ୟଟନ ସ୍ଥଳ ପାଲଟିଛି। ପର୍ଯ୍ୟଟନ ଋତୁ ପାଇଁ ଏବେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗୁଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ର ଉପାନ୍ତ ଦଣ୍ଡାବଡ଼ ଇକୋ ଟୁରିଜିମ । ଲୁଚି ରହିଥିବା ଉପାନ୍ତ ଦଣ୍ଡାବଡ଼ ଏବେ ପର୍ଯ୍ୟଟକ ଙ୍କ କେନ୍ଦ୍ର ବିନ୍ଦୁ ପାଲଟଛି। ଏବେ ଉପାନ୍ତ ଦଣ୍ଡାବଡ଼ ଇକୋଟୁରୀଜିମ ।ଏହି ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟଟକ ଙ୍କ ପାଇଁ ସମସ୍ତ ସୁବିଧାକରୁଛି ପ୍ରଶାସନ l ପର୍ଯ୍ୟଟକ ରାତ୍ରି ରହିବା ପାଇଁ ୭ଟି ସୁନ୍ଦର କଟେଜ ବ୍ୟବସ୍ଥା ରହିଛି। ଖାଇବା ପାଇଁ କେନଟିନ, ସାମୁହିକ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।ତତ୍ସହ ସମ୍ପୂର୍ଣ ସବୁଜିମା ଜଙ୍ଗଲ ଦେଖିବା ପାଇଁ ସ୍ବତନ୍ତ୍ର ଟୟ ଟ୍ରେନ୍ ବ୍ୟବସ୍ତା ଉପଲବ୍ଧ କରାଯାଉଛି l ପିଲା ଠାରୁ ବୟସ୍କ ମାନଂକ ପାଇଁ ସୁମିଂପୂଲ୍, ଚିଲିରେନ ପାର୍କ ଓ ଉଦ୍ୟାନ ରହିଛି l ବୋଟ ମାଧ୍ୟମରେ ଟିକେ ଆଗକୁ ଗଲେ ଝରଣା ଏବଂ ଧଳା ଚକ୍ ଚକ୍ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ଦେଖି ପାରିବେ l ଚତୃରୁପାର୍ଶ୍ଵ କୁ ସୌନ୍ଦର୍ଯ୍ୟ କରଣ କରାଯାଇଛି। ଏହି ଇକୋଟୁରିଜିମ ଏବେ ପାଲଟିଛି ଯୁବ ପୀଢ଼ି ପାଇଁ ସେଲ୍ଫି ପଏଣ୍ଟ ଏବଂ ପ୍ରାପ୍ତ ବୟସ୍କ ମାନଙ୍କ ପାଇଁ ଶାନ୍ତିର ବସନ୍ତ l ପର୍ଯ୍ୟଟନ କେନ୍ଦ୍ର ଯୋଗୁଁ ସ୍ଥାନୀୟ ଲୋକେ ରୋଜଗାରକ୍ଷମ ହେବା ସହ ଆମୋଦ ପ୍ରମୋଦ ମଧ୍ଯ ପାଇପାରିବେ l ଗୋଟିଏ ପଟେ ମୁରାନ ନଦୀ ର ଅକାତ୍ କାତ୍ ପାଣି ସମୂହ ଅନ୍ୟ ପଟେ ସବୁଜ ମୟ ଉଦ୍ୟାନ ସତରେ ମନ କୁ ମୋହି ନେବା ପରି ଦୃଶ୍ୟ।ଦୈନିକ ଜିଲା ତଥା ଜିଲା ବାହାରର ପର୍ଯ୍ୟଟକ ଙ୍କ ଏଠି ସୁଅ ଛୁଟୁଛି। ପ୍ରାକୃତିକ ପାହାଡ଼ ଏବଂ ନଦୀ ନିକଟରେ ଏହି ଦଣ୍ଡାବାଡ଼ ଇକୋ ଟୁରିଜିମ ହୋଇଥିବାରୁ ପର୍ଯ୍ୟଟକଙ୍କ ମନ ମହୁଛି। ଟୁପା ଟୁପା ପାଣି ମିଶି କିପରି ସମୁଦ୍ର ସୃଷ୍ଟିହୁଏ ।ତାହାର ପ୍ରତିଫଳନ କରିବାରେ ସଫଳ ହୋଇଛି ବୋରିଗୁମ୍ମା ବ୍ଲକ ପ୍ରଶାସନ। ବିଭିନ୍ନ ଯୋଜନା ର ଅନୁଦାନ ମିଶ୍ରିତ ସହଭାଗିତାରେ ଏଭଳି ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଯାହାକି ଅନ୍ୟ ବ୍ଲକ ପାଇଁ ଉଦାହରଣ ସୃଷ୍ଟି କରିଛି। ଇକୋଟୁରିଜିମ ପାଇଁ MGNREGA ,SFC, GIA (ଇନଭେଟିବ ପ୍ରାକ୍ଟିସ ), ନାଲକୋ SDF ,ଏବଂ ବ୍ଲକ ର ଫଣ୍ଡ ମିଶି ଦୁଇ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଇକୋଟୁରୀଜିମ ଦ୍ୱାରା ଅଞ୍ଚଳ ରେ ପର୍ଯ୍ୟଟକ ଙ୍କ ଭିଡ ହେଉଛି ଏହା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଇକୋଟୁରିଜିମ ମିଶନଶକ୍ତି ମହିଳାଙ୍କ ଦ୍ଵାରା ପରିଚାଳନା କରି ମହିଳା ମାନେ ରୋଜଗାରର ମାଧ୍ୟମ ପାଉଛନ୍ତି। ଏହି ଅଞ୍ଚଳରେ ନେଟୱାର୍କ ବ୍ୟବସ୍ଥା ନଥିବାରୁ କିଛି ସମସ୍ୟା ହେଉଛି ନେଟୱାର୍କ ବ୍ୟବସ୍ଥା ହେଲେ ଆହୁରି ସୁବିଧା ହୁଅନ୍ତା ବୋଲି ପର୍ଯ୍ୟଟକ କହିଛନ୍ତି। ଉପନ୍ତରେ ପର୍ଯ୍ୟଟନର ବିକାଶ କରି ଦାଣ୍ଡବାଡ଼କୁ ଏକ ନୂଆପରିଚୟ ଦେଇଛି ପ୍ରଶାସନ। ହେଲେ ଏହି ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ଠିକ ରାସ୍ତା ଏବଂ ନେଟୱାର୍କ ର ବ୍ୟବସ୍ଥା ହେଲେ ଏଠି ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି।।