Breaking News
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
ଦିଲ୍ଲୀରେ ବର୍ଷା ଯୋଗୁ ଘର ଉପରେ ପଡିଲା ଗଛ, ପରିବାରର 4ଜଣଙ୍କ ମୃତ୍ୟୁ
FMNEWS.IN
02-05-2025
ନୂଆଦିଲ୍ଲୀ, 2 ମେ - ଦିଲ୍ଲୀର ଦ୍ୱାରକା ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁ ଗଛ ପଡିବା କାରଣରୁ ଗୋଟିଏ ଘର ଭୁଶୁଡିପଡିଛି । ଫଳରେ 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 26 ବର୍ଷୀୟ ମହିଳା ଓ ତାଙ୍କର ତିନି ପିଲା ଅଛନ୍ତି । ସୂଚନା ମିଳିବା ମାତ୍ରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଭଗ୍ନାବଶେଷ ତଳୁ ମୃତଦେହ ବାହାର କରିଥିଲେ । ଦ୍ୱାରକା ଜିଲ୍ଲାର ଜାଫରପୁର କଲାଂ ସ୍ଥିତ ଖଡବଡି ନହର ଗାଁରେ ଏହି ଅଘଟଣ ଘଟିଛି । ଦିଲ୍ଲୀପୋଲିସ ମୁତାବକ ପ୍ରବଳ ବେଗରେ ପବନ ବହିବା କାରଣୁ ଏକ ନିମ୍ବ ଗଛ କ୍ଷେତରେ ଥିବା ଏକ ଘର ଉପରେ ପଡିଥିଲା । ଏହି କାରଣରୁ ଘରଟି ଭୁଶୁଡି ପଡିଥିଲା । ଏହି ସମୟରେ ଘରେ ଶୋଇଥିବା ପୂରା ପରିବାର ଭଗ୍ନାବଶେଷ ତଳେ ଦବିଯାଇଥିଲେ । ଅଘଟଣରେ ପରିବାରର 4ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ମହିଳା ଓ ତାଙ୍କର ତିନୋଟି ପିଲା ସାମିଲ ଅଛନ୍ତି ।