Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦିଲ୍ଲୀରେ ବର୍ଷା ଯୋଗୁ ଘର ଉପରେ ପଡିଲା ଗଛ, ପରିବାରର 4ଜଣଙ୍କ ମୃତ୍ୟୁ
FMNEWS.IN
02-05-2025
ନୂଆଦିଲ୍ଲୀ, 2 ମେ - ଦିଲ୍ଲୀର ଦ୍ୱାରକା ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁ ଗଛ ପଡିବା କାରଣରୁ ଗୋଟିଏ ଘର ଭୁଶୁଡିପଡିଛି । ଫଳରେ 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 26 ବର୍ଷୀୟ ମହିଳା ଓ ତାଙ୍କର ତିନି ପିଲା ଅଛନ୍ତି । ସୂଚନା ମିଳିବା ମାତ୍ରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଭଗ୍ନାବଶେଷ ତଳୁ ମୃତଦେହ ବାହାର କରିଥିଲେ । ଦ୍ୱାରକା ଜିଲ୍ଲାର ଜାଫରପୁର କଲାଂ ସ୍ଥିତ ଖଡବଡି ନହର ଗାଁରେ ଏହି ଅଘଟଣ ଘଟିଛି । ଦିଲ୍ଲୀପୋଲିସ ମୁତାବକ ପ୍ରବଳ ବେଗରେ ପବନ ବହିବା କାରଣୁ ଏକ ନିମ୍ବ ଗଛ କ୍ଷେତରେ ଥିବା ଏକ ଘର ଉପରେ ପଡିଥିଲା । ଏହି କାରଣରୁ ଘରଟି ଭୁଶୁଡି ପଡିଥିଲା । ଏହି ସମୟରେ ଘରେ ଶୋଇଥିବା ପୂରା ପରିବାର ଭଗ୍ନାବଶେଷ ତଳେ ଦବିଯାଇଥିଲେ । ଅଘଟଣରେ ପରିବାରର 4ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ମହିଳା ଓ ତାଙ୍କର ତିନୋଟି ପିଲା ସାମିଲ ଅଛନ୍ତି ।