- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
- ଓଡ଼ିଶାକୁ ଏକ ନମ୍ୱର ରାଜ୍ୟ କରିବାର ସ୍ବପ୍ନ ଦେଖିଥିଲେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ :- ମୁଖ୍ୟମନ୍ତ୍ରୀ
- ଅନୁଗୁଳ ଜିଲ୍ଲା କଂଗ୍ରେସର ଟାଟା ପାୱାର ଅଫିସ ଘେରାଊ
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ
- ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
ଦୁର୍ନୀତି ଓ ବାଲି ଚୋରଙ୍କୁ ପ୍ରୋତ୍ସାହନ ଦେବନି ଆମ ସରକାର- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ସୁବର୍ଣ୍ଣପୁର, ୨ ମାର୍ଚ୍ଚ - ଗରିବଙ୍କୁ ଚିହ୍ନଟ କରି ବସୁନ୍ଧରା ଯୋଜନାରେ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବା, ଜଳସେଚନର ଅଗ୍ରଗତି, ଏମ ଏସ ଏମ ଇ ଯୋଜନାରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ହାଇଟେକ୍ ସର୍ଭେ କୁ ତ୍ୱରାନ୍ୱିତ କରିବା, ସଧାରଣ ଲୋକଙ୍କ ସେବା ପ୍ରଦାନରେ ଅଭିଯୋଗ ହେଲେ ସରକାରୀ କର୍ମଚାରୀ (ସେବକ) ଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସହର ତଥା ଜିଲ୍ଲା ରେ ବଡ ବଡ ଜବର ଦଖଲ କାରୀ ଙ୍କୁ ଉଚ୍ଛେଦ କରିବା ସହ ଖଣି ଓ ବାଲି ଚୋରୀ ରୋକିବାକୁ ଏନ୍ ଫୋର୍ସମେଣ୍ଟ ପାଇଁ ସ୍ଵତନ୍ତ୍ର ବାହିନୀ ପ୍ରସ୍ତୁତି କରିବାକୁ, ବାଲି ଉତ୍ସ ରୁ ନୂଆଁ ସରକାର ଅଧିକ ରାଜସ୍ବ ବଢ଼ାଇଛି ତେଣୁ ବାଲି ଚୋର ଏବେ ବାଲି ବି ଦେଖିବେ, ନଦୀ ବି ଦେଖିବେ ଓ ଜେଲ୍ ବି ଦେଖିବେ ଏଥି ପାଇଁ ସରକାର ସବୁ ଯୋଜନା ପ୍ରସ୍ତୁତି କରିସାରିଛି ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ସମୀକ୍ଷା ବୈଠକରେ ଯୋଗ ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଏବଂ ଆଜି ଜିଲ୍ଲା ସମୀକ୍ଷା ବୈଠକରେ ଜିଲ୍ଲା ପ୍ରଶାସନକୁ ଏ ସମସ୍ତ ଟାକ୍ସ ଦେଇଛି ପୁଣି ଦୁଇ ମାସ ପରେ ମୁଁ ଆସି ଏ ସବୁ ସମୀକ୍ଷା କରିବି ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ କହିଛନ୍ତି l ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ବୀର ମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ l