BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

୪୩ ତମ ଜାତୀୟ ସୁଟିଂବଲ ଚମ୍ପିୟାନସିପ ଉଦଘାଟିତ

FMNEWS.IN 18-01-2025
43rd National Shooting Ball Championship inaugurated

ପୁରୀ- ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ୩ ଦିନିଆ ୪୩ ତମ ସୁଟିଂ ବଲ ଚମ୍ପିୟାନସିପ ଉଦଘାଟିତ ହୋଇଯାଇଛି। ଓଡିଶା ସୁଟିଂ ବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଚମ୍ପିୟାନସିପକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାର ବିକାଶ ଆମ ସମସ୍ତଙ୍କର ଲକ୍ଷ୍ୟ ଓ ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ମତ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସିଆନ ସୁଟିଂ ବଲ ଫେଡେରେସନର ସେକ୍ରେଟାରୀ ଜେନେରାଲ ରବୀନ୍ଦ୍ର ସିଂ ତୋମାର, ସୁଟିଂ ବଲ ଫେଡେରେସନ ଇଣ୍ଡିଆ ର ସେକ୍ରେଟାରୀ ଜେନେରାଲ ଜିତରାଜ ତୋମାର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଓଡିଶା ଅଲମ୍ପିକ ଆସୋସିଏସନ ର କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗଦେଇ କ୍ରୀଡା ଶୃଙ୍ଖଳା ଓ ଭାଇଚାରାର ବାର୍ତ୍ତା ଦେଇଥାଏ ବୋଲି କହିବା ସହ କ୍ରୀଡା ପାଇଁ ତାଳବଣିଆ ପଡିଆ ଆଜି ଏକ ମିନି ଭାରତ ରେ ପରିଣତ ହୋଇଛି ବୋଲି କହିଥିଲେ।

ପ୍ରାରମ୍ଭରେ ଆସୋସିଏସନ ର ସମ୍ପାଦକ ସୀତେନ୍ଦ୍ର ନାଥ ଦାସ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଏହି ଚମ୍ପିୟାନ ସିପରେ ବିଭିନ୍ନ ରାଜ୍ୟର ୨୫ ଟି ପୁରୁଷ ଓ ୨୩ ଗୋଟି ମହିଳା ଦଳ ଅଶଂଗ୍ରହଣ କରିଛନ୍ତି ବୋଲି ଆୟୋଜକ ସୂଚନା ଦେଇଛନ୍ତି। ଏହି ଚମ୍ପିୟାନସିପ ୧୯ ତାରିଖରେ ଉଦଯାପିତ ହେବ।