- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜାତୀୟ ସ୍ତରୀୟ ଲନ ବଲ ପ୍ରତିଯୋଗିତାରେ ତିନୋଟି ବ୍ରୋଞ୍ଚ ପଦକ ହାସଲ କରିଥିବା ବଲାଙ୍ଗୀରର ଛଅ ଜଣ ଖେଳାଳିଙ୍କୁ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ସମ୍ୱର୍ଦ୍ଧନା
ବଲାଙ୍ଗିର, ୫ ଜାନୁଆରୀ - ନୂଆଦିଲ୍ଲୀରେ ଅନୁଷ୍ଠିତ ୯ମ ଜାତୀୟ ଏବଂ ୨୫ ବର୍ଷରୁ କମ ୫ମ ଲନ ବଲ ଚମ୍ପିୟନସିପରେ ଓଡିଶା ପ୍ରତିଯୋଗୀମାନେ ପ୍ରଭାଵୀ ପ୍ରଦର୍ଶନ କରି ୩ଟି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l ଏନେଇ ଖେଳାଳି ମାନେ ବଲାଙ୍ଗୀରକୁ ପହଂଚିବା ପରେ ଆଜି ବଲାଙ୍ଗୀର ସର୍କିଟ ହାଉସରେ ଖେଳାଳି ମାନଙ୍କୁ ବଲାଙ୍ଗୀର ଅତିରିକ୍ତ ଜ଼ିଲ୍ଲାପାଳ ବିଜୟନନ୍ଦ ସେଠି ଫୁଲ ତୋଡ଼ା ଦେଇ ଉତ୍ସାହିତ କରିଥିଲେ ଏବଂ ଜ଼ିଲ୍ଲା ପ୍ରଶାସନ ତରଫରୁ ଖେଳାଳି ମାନଙ୍କ ପାଇଁ ସବୁ ସୁବିଧା କରାଯିବ ବୋଲି କହିଥିଲେ ଏବଂ ଜାତୀୟ କ୍ରୀଡାରେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରି ଜ଼ିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବ ବୋଲି କହିଥିଲେ l ରାଜ୍ୟ ଲନ ବଲ ସଂଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଜ଼ିଲ୍ଲା ପ୍ରଶାସନ ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିବାରୁ ଜ଼ିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l ଓମେନ୍ସ ପେୟାରରେ ଶ୍ୱେତଲାନା ବକ୍ସି ଓ ରୋଶନି ସାହୁ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l
ସେହିପରି ଓମେନ୍ସ ଟ୍ରିପଲ ରେ ବିଷ୍ଣୁପ୍ରିୟ ବଇଦାର, ସାଇନା ନାଏକ ଓ ପଦ୍ମଶିନୀ ପୁଟେଲ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ଏବଂ ଓମେନ୍ସ ଫୋର୍ସରେ ବିଷ୍ଣୁପ୍ରିୟ ବଇଦାର, ପଦ୍ମଶିନୀ ପୁଟେଲ, ରୋଶନି ସାହୁ, ରାଜେଶ୍ୱରୀ ସେଠ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l