BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଅନୁଷ୍ଟିତ

FMNEWS.IN 11-01-2025
Annual sports festival held at Government College, Balangir

ବଲାଙ୍ଗିର :ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଆୟୋଜନ ହୋଇଯାଇଛି, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରା ଏହି ଉତ୍ସବକୁ ଉଦ୍ଘାଟନ କରି କ୍ରୀଡ଼ା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବା ସହ ଶୃଙ୍ଖଳା ତଥା ସହଯୋଗୀ ମନୋଭାବ ନିର୍ମାଣ ହୋଇଥାଏ ବୋଲି କହିଥିଲେ, ସେହିପରି ମୁଖ୍ୟ ଅତିଥି ପ୍ରଫେସର୍ ପୀତବାସ ଭୋଇ କହିଥିଲେ ଯେ, କ୍ରୀଡ଼ା ଦ୍ଵାରା ଜଣେ ବ୍ୟକ୍ତି ପୂର୍ଣ୍ଣାଙ୍ଗ ରୂପ ପାଇଥାଏ ଓ ଜଣେ ସକ୍ରିୟ ନାଗରିକର କର୍ତ୍ତବ୍ୟ କଣ ଶିଖାଇଥାଏ | ଅଂଶ ଗ୍ରହଣ କାରି ମାନେ ପ୍ରଥମେ କ୍ରୀଡ଼ା ପତାକା ଉତ୍ତୋଳନ କରି ଶପଥ ପାଠ କରିଥିଲେ |ମହାବିଦ୍ୟାଳୟର କ୍ରୀଡ଼ା ଉପ ସଭାପତି ଡ଼. କୌତୁକ ପନ୍ଦର ପ୍ରାରମ୍ଭିକ ସୂଚନା ସୂଚନା ଦେଇଥିଲେ |ଡ଼. ଅମୃତ ସିଂ ବରିହା, ଡ଼. ଅଶୋକ କୁମାର ମହାରଣା, ହୃଷୀକେଶ ଦାସ, ଡ଼. ରମଣି ନାଏକ, ଡ. ମଧୁସ୍ମିତା ମିଶ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ |ପ୍ରକାଶ ଥାଉକି ଏହି ମହାବିଦ୍ୟାଳୟ ର ନିଜସ୍ଵ ଖେଳ ପଡ଼ିଆ ନ ଥିବାରୁ ସରକାରୀ ଟାଉନ୍ ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ଆୟୋଜିତ ହୋଇଥିଲା| ନିଜର ଖେଳ ପଡ଼ିଆ ପାଇଁ ଛାତ୍ର ଛାତ୍ରୀ ମାନେ ଦାବି କରୁଛନ୍ତି |