- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଅନୁଷ୍ଟିତ
ବଲାଙ୍ଗିର :ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଆୟୋଜନ ହୋଇଯାଇଛି, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରା ଏହି ଉତ୍ସବକୁ ଉଦ୍ଘାଟନ କରି କ୍ରୀଡ଼ା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବା ସହ ଶୃଙ୍ଖଳା ତଥା ସହଯୋଗୀ ମନୋଭାବ ନିର୍ମାଣ ହୋଇଥାଏ ବୋଲି କହିଥିଲେ, ସେହିପରି ମୁଖ୍ୟ ଅତିଥି ପ୍ରଫେସର୍ ପୀତବାସ ଭୋଇ କହିଥିଲେ ଯେ, କ୍ରୀଡ଼ା ଦ୍ଵାରା ଜଣେ ବ୍ୟକ୍ତି ପୂର୍ଣ୍ଣାଙ୍ଗ ରୂପ ପାଇଥାଏ ଓ ଜଣେ ସକ୍ରିୟ ନାଗରିକର କର୍ତ୍ତବ୍ୟ କଣ ଶିଖାଇଥାଏ | ଅଂଶ ଗ୍ରହଣ କାରି ମାନେ ପ୍ରଥମେ କ୍ରୀଡ଼ା ପତାକା ଉତ୍ତୋଳନ କରି ଶପଥ ପାଠ କରିଥିଲେ |ମହାବିଦ୍ୟାଳୟର କ୍ରୀଡ଼ା ଉପ ସଭାପତି ଡ଼. କୌତୁକ ପନ୍ଦର ପ୍ରାରମ୍ଭିକ ସୂଚନା ସୂଚନା ଦେଇଥିଲେ |ଡ଼. ଅମୃତ ସିଂ ବରିହା, ଡ଼. ଅଶୋକ କୁମାର ମହାରଣା, ହୃଷୀକେଶ ଦାସ, ଡ଼. ରମଣି ନାଏକ, ଡ. ମଧୁସ୍ମିତା ମିଶ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ |ପ୍ରକାଶ ଥାଉକି ଏହି ମହାବିଦ୍ୟାଳୟ ର ନିଜସ୍ଵ ଖେଳ ପଡ଼ିଆ ନ ଥିବାରୁ ସରକାରୀ ଟାଉନ୍ ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ଆୟୋଜିତ ହୋଇଥିଲା| ନିଜର ଖେଳ ପଡ଼ିଆ ପାଇଁ ଛାତ୍ର ଛାତ୍ରୀ ମାନେ ଦାବି କରୁଛନ୍ତି |