- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବୁର୍ଲା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ,୨୦୩୬ ଅଲିମ୍ପିକରେ ଓଡ଼ିଆ ପିଲାଙ୍କ ଭାଗିଦାରୀକୁ ବଢାଇବା - ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ଫୁଟବଲ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢିବା ବହୁତ ସୁଖର କଥା
କ୍ରୀଡ଼ା କ୍ଷେତ୍ରରେ ନାରୀଶକ୍ତିଙ୍କୁ ସେମାନଙ୍କ ଦକ୍ଷତା ଓ ପରାକାଷ୍ଠାକୁ ପ୍ରମାଣିତ କରିବା ପାଇଁ ସୁଯୋଗ ଦେବା ଦିଗରେ ଭଲ ପ୍ରୟାସ -ଧର୍ମେନ୍ଦ୍ର
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁର ବୁର୍ଲା ଠାରେ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବୁର୍ଲା କପ୍ ୨୦୨୫ର ପ୍ରଦର୍ଶନୀ ମ୍ୟାଚରେ ଯୋଗଦେବା ଅବସରରେ ୨୦୩୬ ଅଲିମ୍ପିକ ପାଇଁ ଓଡ଼ିଆ ପିଲାଙ୍କ ଭାଗିଦାରୀକୁ ବଢାଇବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ କରିଛନ୍ତି ।
ସମ୍ବଲପୁର, ୧୮, ଜାନୁଆରୀ:ବୁର୍ଲା ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତା ସମାରୋହରେ ସେ କହିଛନ୍ତି ଯେ ଫୁଟବଲ ମୋର ଅତ୍ୟନ୍ତ ପ୍ରିୟ ଖେଳ । ବୁର୍ଲା, ହୀରାକୁଦ ସମେତ ସମ୍ବଲପୁରରେ ଫୁଟବଲ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢିବା ବହୁତ ସୁଖର କଥା । ଏହି ଅଞ୍ଚଳରେ ଖେଳୁଆଡ ମନୋଭାବକୁ ବଢାଇବା ଦିଗରେ ଏହି ପ୍ରତିଯୋଗିତାର ଆୟୋଜନ ପ୍ରଶଂସନୀୟ । ମହିଳା ଫୁଟବଲର ଆୟୋଜନ କରି କ୍ରୀଡ଼ା କ୍ଷେତ୍ରରେ ନାରୀଶକ୍ତିଙ୍କୁ ସେମାନଙ୍କ ଦକ୍ଷତା ଓ ପରାକାଷ୍ଠାକୁ ପ୍ରମାଣିତ କରିବାର ଏକ ପ୍ଲାଟଫର୍ମ ଦେଇଥିବାରୁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ବୁର୍ଲା ସମେତ ସମ୍ବଲପୁରରେ କ୍ରୀଡାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରିବା ଦରକାର । ବିଶେଷ ଭାବରେ ୨୦୩୬ ଅଲିମ୍ପିକରେ ଓଡ଼ିଆ ପିଲାମାନେ କିପରି ଅଧିକରୁ ଅଧିକ ଭାଗ ନେବେ, ଏଥିପାଇଁ ଆମେ ସମସ୍ତେ ପ୍ରୟାସ କରିବା ଦରକାର ବୋଲି ସେ କହିଥିଲେ । ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର , ପୂର୍ବତନ ବିଧାୟକ ନାଉରୀ ନାୟକ, ଦେବେନ୍ଦ୍ର ମହାପାତ୍ର, ଡ.ପ୍ରମୋଦ ରଥ, ରାମ ଚନ୍ଦ୍ର ମେହେର, ସୁଶାନ୍ତ ପୁରୋହିତ, ସୁଶିଲ କର, ଦୁଲାଲ୍ ପ୍ରଧାନ, ସମିର ରଞ୍ଜନ ବାବୁ ମାନସ ରଞ୍ଜନ ବକ୍ସି, ସୁଧୀର ରଞ୍ଜନ ବହିଦାର, ରାମଦାସ ପଣ୍ଡା, ମୋତିଲାଲ ତନ୍ତୀ, ସୁଶ୍ରୀ ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।