- ଓଡିଶା ବନ୍ଦକୁ ଅନୁଗୁଳ ଜିଲ୍ଲା କଂଗ୍ରେସର ସମର୍ଥନ
- 28 ତାରିଖ ଓଡିଶା ବନ୍ଦକୁ କଂଗ୍ରେସର ସମର୍ଥନ
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
ଡ଼ା ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ:ଫାଇନାଲ ମ୍ୟାଚକୁ ଉଦଘାଟନ କଲେ ଢେଙ୍କାନାଳ ସାଂସଦ ଓ ପାଳଲହଡା ବିଧାୟକ
ତାଳଚେର : ତାଳଚେର ଫ୍ରେଣ୍ଡସ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ଡ଼ା ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହେଉଛି |ଆଜି ରବିବାର ଫାଇନାଲ ମ୍ୟାଚ ତାଳଚେର ଫ୍ରେଣ୍ଡସ କ୍ଲବ ଓ ଅନୁଗୁଳ ଏ ସି ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଫାଇନାଲ ମ୍ୟାଚ କୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଉଦଘାଟନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ କ୍ଲବ ର ଉପଦେଷ୍ଟା ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଜୋନାଲ ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକ, ବରୁଣ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |କ୍ଲବ ର ସଭାପତି ତଥା ନଗରପାଳ ପବିତ୍ର ଭୁତିଆ, ସମ୍ପାଦକ ମାନସ ମହାରଣା, ରାଜେଶ ଦଳେଇ, ଜଗଦୀଶ ସିଂହ, ଯଶୋବନ୍ତ ଦାସ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ |ଅତିଥି ମନେ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ଫୋଟ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଇଭୟ ଫାଇନାଲ ଟିମ ର ଖେଳାଳି ଙ୍କୁ ଭେଟି ଚିୟର ଅପ କରି ଖେଳ. ଆରମ୍ଭ କରିଥିଲେ |