Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ପ୍ରଥମ ଆଥେଲେଟିକ ମିଟ୍
FMNEWS.IN
18-01-2025
ଜୟପୁର, ୧୮ ଜାନୁଆରୀ- ବିକ୍ରମଦେବ ବିଶ୍ବ ବିଦ୍ୟାଳୟ ପରିସରରେ ପ୍ରଥମ ଆଥେଲିଟିକ ମିଟ ଉଦଘାଟିତ ହୋଇଯାଇଛି। ସକାଳୁ ବିକ୍ରମଦେବ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭଗବତୀ ମନ୍ଦିରରୁ ମଶାଲ ଧରି କଲେଜ ପଡିଆ ଠାରେ ପହଁଚିଥିଲେ। ସେଠାରେ ପ୍ରଫେସର ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ମଶାଲ ଗ୍ରହଣ କରି ଖେଳ ଆରମ୍ଭ କରିବାର ଘୋଷଣା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟର ରଞ୍ଜନ ପ୍ରଧାନ, ଡ. ପ୍ରଶାନ୍ତ କୁମାର ପାତ୍ର, ସଚିନ କୁମାର ନାୟକ, ରୁସଭ କୁମାର ସାହୁ, ସେନ୍ତୋସିନି ମୁଣ୍ତା ଓ ପିଇଟି ଶିକ୍ଷକ ଭାଗବତ ପ୍ରସାଦ ସି˚ ପ୍ରମୁଖ ଉପସ୍ଥିତ ଥିଲେ।
ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ, ସଟଫୁଟ୍ ଥ୍ରୋ, ଲଙ୍ଗଜମ୍ପ୍, ହାଇଜମ୍ପ, ଡିସକସ ଥ୍ରୋ ଖେଳ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ଏହାର ଉଦଯାପନୀ ରହିଥିବା ପିଇଟି ଶିକ୍ଷକ ଶ୍ରୀ ସି˚ ସୂଚନା ଦେଇଛନ୍ତି।