Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଭାରତୀୟ ଟିମ୍ ଜିତିଲା ମହିଳା ଅଣ୍ଡର ୧୯ ଏସିଆ କପ୍ -୨୦୨୪
FMNEWS.IN
23-12-2024
କୁଆଲାଲମପୁର(ମାଲେଶିୟା)- ଭାରତୀୟ ମହିଳା ଅଣ୍ଡର ୧୯ ଟିମ୍ ଶାନଦାର ପ୍ରଦର୍ଶନ ପୂର୍ବକ ପ୍ରଥମ ଥର ପାଇଁ ଆୟୋଜିତ ମହିଳା ଅଣ୍ଡର ୧୯ ଏସିଆ କପ୍ ୨୦୨୪ ନିଜ ନାମରେ କରିଛି । ରବିବାର ମାଲେଶିୟାର କୁଆଲାଲମପୁରରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ରେ ଭାରତୀୟ ଟିମ୍ ବାଙ୍ଗଲାଦେଶ ମହିଳା ଅଣ୍ଡର ୧୯ ଟିମ୍ କୁ ୪୧ ରନ୍ ବ୍ୟବଧାନରେ ପରାସ୍ତ କରିଛି । ଫାଇନାଲ୍ ମ୍ୟାଚ୍ ରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୧୭ ରନ୍ ର ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ବାଙ୍ଗଲାଦେଶ ଟିମ୍ ୭୬ ରନ୍ କରିବାକୁ ସକ୍ଷମ ହୋଇଥିଲା ।