- ସରକାର ଅସ୍ତ୍ରବିରତି ଉପରେ ନିଜର ମତ ସ୍ପଷ୍ଟ କରିବା ଉଚିତ: କଂଗ୍ରେସ
- ସମ୍ବଲପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି : ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ
- ଛତିଆଠାରେ ଭୟଙ୍କର ବିସ୍ପୋରଣ : ଘଟଣାସ୍ଥଳରେ ୨ ମୃତ : ସ୍ଥାନୀୟ ଲୋକେ ଭୟଭିତ
- ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ
- ପାକିସ୍ତାନକୁ ଚେତାବନୀ- ସାମରିକ ଆକ୍ରମଣ କଲେ ମିଳିବ କଠୋର ଜବାବ
ଓଡ଼ିଶା ଷ୍ଟେଟ୍ ବକ୍ସି ଚମ୍ପିୟାନ୍ସିପ୍ ରେ ଜୟପୁର ମୁଷ୍ଟିଯୋଦ୍ଧାଙ୍କ ସ୍ଵର୍ଣ୍ଣ ପଦକ ଲାଭ

ଜୟପୁର, ୧୬ ଡିସେମ୍ବର- କୋରାପୁଟ ଜିଲ୍ଲା ଆମାଚର୍ ବକ୍ସି ଆସୋସିଏସନ୍ ଦ୍ବାରା ପରିଚାଳିତ ଅରିଜିତ ବକ୍ସି କ୍ଲବ୍ ରେ ପ୍ରଶିକ୍ଷଣ ନେଉଥିବା ଜୟପୁର ନିବାସୀ ପି.ସମୀର ପାତ୍ର, ସଞ୍ଜୀବ ହରିଜନ, ଯତୀନ ଶର୍ମା ଏବଂ ଟି. ଶଙ୍କର ରାଉରକେଲା ହକି ଷ୍ଟୁଡ଼ିୟମ୍ ରେ ତା-୧୪.୧୨.୨୦୨୪ ଏବଂ ୧୫.୧୨.୨୦୨୪ ରିଖରେ ଅନୁଷ୍ଠିତ ଓଡ଼ିଶା ଷ୍ଟେଟ୍ ବକ୍ସ ଚମ୍ପିୟାନ୍ସିପ୍ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ ପି.ସମୀର ପାତ୍ର ୯୧ କି.ଗ୍ରା. ବର୍ଗରେ ଏବଂ ଯତୀନ ଶର୍ମା ୬୫-୭୦ କି.ଗ୍ରା. ବର୍ଗରେ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଉପରୋକ୍ତ ଚାରି ଜଣ ମୁଷ୍ଟିଯୋଦ୍ଧା ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ ର ସଦସ୍ୟ ତଥା କୋରାପୁଟ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ର ସମ୍ପାଦକ ଅନୁପ କୁମାର ପାତ୍ର ଏବଂ ଓଡ଼ିଶା ଆଥେଲେଟିକ ଆସୋସିଏସନ୍ ର ସମ୍ପାଦକ ରବି ନାୟକଙ୍କ ଦ୍ବାରା ପ୍ରାୟୋଜିତ ହୋଇ ଓଡ଼ିଶା ଷ୍ଟେଟ୍ ବକ୍ସ ଚମ୍ପିୟାନ୍ସିପ୍ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବା ସହ ଜୟପୁର ସହର ତଥା କୋରାପୁଟ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଅର୍ଜନ କରିଛନ୍ତି । ବିଜୟୀ ମୁଷ୍ଟିଯୋଦ୍ଧାଙ୍କୁ କୋରାପୁଟ ଜିଲ୍ଲା ଆମାଚର୍ ବକ୍ସି ଆସୋସିଏସନ୍ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ଏହି ଅବସରରେ କୋରାପୁଟ ଜିଲ୍ଲାରେ ଲୋକଲୋଚନ ଅନ୍ତରାଳରେ ରହିଯାଉଥିବା ମୁଷ୍ଟିଯୋଦ୍ଧାଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପରିଚିତ ଏବଂ ପ୍ରତିଷ୍ଠିତ କରିବା ସକାଶେ ତାଙ୍କ ଅନୁଷ୍ଠାନ ଉଦ୍ୟମ ଅବ୍ୟାହତ ରଖିବ ବୋଲି କୋଚ୍ ଅରିଜିତ ମହାପାତ୍ର କହିଛନ୍ତି