- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ମୋହନଙ୍କ ମୁହଁରେ ନବୀନଙ୍କ କାମର ପ୍ରଶଂସା
-ନବୀନଙ୍କ ସମୟରେ ରାଜ୍ୟରେ କ୍ରୀଡାର ବିକାଶ ଶୀର୍ଷକୁ ଛୁଇଁଥିଲା
-ବିଜେପିର ମିଛ ନ୍ୟାରେଟିଭ୍ ଗୁମର ଖୋଲିଲା
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁମ୍ୱାଇ ଠାରେ ସ୍ୱଦେଶୀ କ୍ରୀଡା ଉପରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ବକ୍ତବ୍ୟରେ, ସ୍ୱଦେଶୀ କ୍ରୀଡା ଖୋଖୋର ବିକାଶ ପାଇଁ ଏଏନଏମଏସ ସହାଭାଗିତାରେ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ଗର୍ବର ସହ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ୱାରା କୁହାଯାଇଥିବା ଏହି ସେଣ୍ଟର ୨୦୨୩ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା ସରକାର ଓ ଏଏନଏମଏସ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହେବା ପରେ ପ୍ରତିଷ୍ଠା ହୋଇଥିଲା ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏହି ବକ୍ତବ୍ୟ ମାଧ୍ୟମରେ ନବୀନଙ୍କ ସମୟରେ ହୋଇଥିବା କାମର ପ୍ରଶଂସା କରିଛନ୍ତି ବୋଲି ବିଜୁ ଜନତା ଦଳ କହିଛି । ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ବିଜେଡି ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଶ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, କ୍ରୀଡାର ବିକାଶ କ୍ଷେତ୍ରରେ ଓଡିଶା ଶୀର୍ଷରେ ପହଞ୍ଚିଥିଲା । ରାଜ୍ୟରେ କ୍ରୀଡା ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ବେଳେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ୱଦେଶୀ କ୍ରୀଡା ଖୋଖୋ ଖେଳର ବିକାଶ ପାଇଁ ରାଜ୍ୟରେ ଏକ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ ୨୦୨୩ ମସିହା ନଭେମ୍ୱର ୧୦ ତାରିଖରେ ରାଜ୍ୟ ସରକାର ଓ ଏଏନଏମଏସ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।