Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାରବାଟୀରେ ଖେଳିବେ ନାମୀଦାମୀ ଫିଲ୍ମ ଷ୍ଟାର
FMNEWS.IN
12-02-2025
ଭୁବନେଶ୍ୱର, 12 ଫେବ୍ରୁଆରି- କଟକ ବାରବାଟୀରେ କ୍ରିକେଟ ଖେଳିବେ ନାମୀଦାମୀ ଫିଲ୍ମ ଷ୍ଟାର । ଫେବୃଆରୀ ୧୬ରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ ଲିଗରେ ଖେଳିବେ ଷ୍ଟାର, ସୁପରଷ୍ଟାର। ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିସିଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବେଙ୍ଗଲ ସେଲିବ୍ରିଟି କ୍ରିକେଟର କଟକ ବାରବାଟୀ ହୋମ୍ ଗ୍ରାଉଣ୍ଡ ହେବ ବୋଲି ଟିମ୍ ଓନର ବୋନି କପୁର ଘୋଷଣା କରିଛନ୍ତି। ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମକୁ ଭେଟିବ। ଅର୍ଜୁନ କପୁର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିଦେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାରମାନେ ଖେଳୁଥିବାର ଦର୍ଶକ ଦେଖିବେ। ଫେବୃଆରୀ ୧୧ ରୁ ବାରବାଟୀରେ ଟିକେଟ ମିଳିବା ଆରମ୍ଭ ହୋଇଛି। ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସଷ୍ଟାଣ୍ଡରେ ବି ଟିକେଟ ମିଳିବ। ସାମ୍ବାଦିକ ସମ୍ମିଳନୀରେ ଅର୍ଜୁନ କପୁର ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।