- ହଜାର ହଜାର କୋଟିର ଖଣି ଅଞ୍ଚଳରେ ଅନାହାର ମୃତ୍ୟୁ
- ଲଷ୍ମଣ ବାଗ ନିର୍ବାଚନରେ "ଦାଦନ ମଜା" ପ୍ରଚାର କରିବେନି କି : କଂଗ୍ରେସ
- ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ
- କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା
- କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ, ଶତକଡା ୪୦ ଆଦିବାସୀ କିନ୍ତୁ ବିଜେପି- ବିଜେଡି ଆଦିବାସୀଙ୍କୁ ପ୍ରାର୍ଥୀ କଲେ...
ସମ୍ବଲପୁର କବାଡି ପ୍ରିମିୟର ଲିଗ୍ ସିଜନ-୨ ଉଦ୍ଯାପିତ : ମା ଘିକୁଣ୍ଡି ଯୋଦ୍ଧା ଦଳ ଚମ୍ପିଆନ
 
              ସମ୍ବଲପୁର:ସ୍ଥାନୀୟ ଟାଉନ ହଲ ପଡିଆ ଠାରେ ସମ୍ବଲପୁର କବାଡି କ୍ଲବ ପକ୍ଷରୁ ଚାଲିଥିବା ସମ୍ବଲପୁର କବାଡି ପ୍ରିମିୟର ଲିଗ ସିଜନ-୨ ଉଦ୍ଯାପିତ ହୋଇଛି । ଫାଇନାଲ ମାଚ୍ ମା ଘିକୁଣ୍ଡି ଯୋଦ୍ଧା ସହ ଅଯୋଧ୍ୟା ସରୋବର ମଧ୍ୟରେ ହୋଇଥିଲା । ଏଥିରେ ମା ଘିକୁଣ୍ଡି ଯୋଦ୍ଧା ଦଳ ୧୨ ପଏଣ୍ଟ ଅଧିକ ପାଇ ବିଜୟ ହୋଇଥିଲା । ପୂର୍ବରୁ ସେମି ଫାଇନାଲରେ ମା ଘିକୁଣ୍ଡି ଯୋଦ୍ଧା ଦଳ ବୁଢିମା ଟାଇଗର ଦଳ ଓ ୨ୟ ସେମି ଫାଇନାଲରେ ଘଣ୍ଟେଶ୍ୱରୀ ୱାରିୟର୍ସ ଠାରୁ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା ।
ପ୍ରତିଯୋଗିତାରେ ଘଣ୍ଟେଶ୍ୱରୀ ୱାରିୟର୍ସ ୪ର୍ଥ ଓ ବୁଢିମା ଟାଇଗର ଦଳ ୩ୟ ସ୍ଥାନ ଅଧିକାର କରିଛି । ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ଭୁପେନ ରାଉତ ମ୍ୟାନ ଅଫ୍ ଦି ମ୍ୟାଚ ଓ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ , ଆର୍ୟନ ମହାନନ୍ଦ ବେଷ୍ଟ ରିଡର, ଜଗଦିଶ ପରିଡା ଓ ରୋସନ ମହତ୍ତମ ବେଷ୍ଟ ଡିଫେଣ୍ଡର, ଶୃଙ୍ଖଳିତ ଦଳ ଭାବେ ପଶ୍ଚିମାଞ୍ଚଳ ୱାରିୟର ଦଳ ପୁରସ୍କୃତ ହୋଇଥିଲା ।
ଉଦ୍ଯାପନୀ ଉତ୍ସବରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ , ଜିଲ୍ଲା କ୍ରୀଡା ସଂଘର ଉପସଭାପତି ଦୁଲାଲ ପ୍ରଧାନ, ଏକେଏଫ୍ଆଇର ଯୁଗ୍ମ ସମ୍ପାଦକ ଜୟଶ୍ରୀ ସ୍ୱାଇଁ, ଓଡିଶା କବାଡି ସଂଘର ସମ୍ପାଦକ ଅଜୟ ବେହେରା , ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଆୟୋଜକ କ୍ଲବ ସଭାପତି ସିଦ୍ଧାର୍ଥ ଶାହା, ଉପସଭାପତି ଅଭିନାଶ ମିଶ୍ର, ରତନ ତରିଆ, ଭଜନ ତରିଆ, ସମ୍ପାଦକ ରବି ମୁଖିଙ୍କ ସମେତ ବଚନ ବେରିହା, ଇନ୍ଦ୍ରଜିତ୍ ବାଗ, ବିମଳ ବେରିହା, ଅଭିନାଶ ବେହେରା, ରାହୁଲ ଦାଶ ମଂଚାସୀନ ଥିଲେ ।
 
             
                 
 
                     
 
                     
 
                     
 
                    