BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି, ଯୁବକ ଆହତ

FMNEWS.IN 22-12-2024
Shots fired during marathon event, youth injured

ରାଉରକେଲା, ୨୨ ଡିସେମ୍ବର - ରାଉରକେଲା ସେକ୍ଟର- ୩ ଥାନା ଅଂଚଳରେ ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି । ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି । ଯୁବକଙ୍କ ପିଠିରେ ଗୁଳି ବାଜିଛି । ଯୁବକଙ୍କୁ ଆଇଜିଏଚ୍ ରେ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି । ଆଜି ସକାଳ ପ୍ରାୟ ୭ଟାରୁ ୮ଟା ମଧ୍ୟରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କ ନାମ ସଲିଳ କୁମାର ସାହୁ । ସେ ଭାରତୀୟ ରେଳବାଇ ଅଧିନରେ ଜଣେ କର୍ମଚାରୀ ।

ଆଜି ସକାଳୁ ୟୁଥ୍ ହଷ୍ଟେଲ୍ ତରଫରୁ ସେକ୍ଟର ୩ ଅଂଚଳରେ ଏକ ମାରାଥନ୍ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ହଠାତ୍ ଏକ ଗୁଳି ଆସି ସଲିଳଙ୍କ ପିଠିରେ ସାମାନ୍ୟ କ୍ଷତ କରି ବାହାରି ଯାଇଥିଲା । ତାଙ୍କୁ ତୁରନ୍ତ ଆଇଜିଏଚ୍ କୁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା । ତେବେ ଗୁଳିଟି କେଉଁ ଦିଗରୁ ଆସିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ନିକଟସ୍ଥ ଓଏସଏପି ପଡିଆରେ ସିଆଇଏସଏଫ ତରଫରୁ ଫାୟରିଂ ପ୍ରାକ୍ଟିସ୍ ଚାଲିଥିବାରୁ ସେହି ଅଂଚଳରୁ ଗୁଳି ଆସି ଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ପ୍ରାୟ ୨-୩ କି.ମି. ଦୂରରୁ ଏଭଳି ଗୁଳି ଆସି ଜଣକ ପିଠିରେ ବାଜିବା ସାଧାରଣରେ ଗ୍ରହଣୀୟ ହୋଇପାରୁନଥିବା ବେଳେ ଏଭଳି ଗୁଳି ଚାଳନା କୌଣସି ବ୍ୟକ୍ତିଙ୍କ ପାଇଁ ଟାର୍ଗେଟ୍ ହୋଇଥାଇପାରେ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଖବର ପାଇ ସେକ୍ଟର-୩ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ସେଠାରୁ ଏକ ଖୋକା ଜବତ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।