Breaking News
- ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
- ଉନ୍ନାଓ ପୀଡ଼ିତା ଅପରାଧୀଙ୍କୁ ବେଲ୍ ଆଦେଶ ପରେ ରାହୁଲ ଗାନ୍ଧୀ କହିଲେ ‘ଡେଡ୍ ସୋସାଇଟି ’
- ଅତିରିକ୍ତ ଜମାରାଶି ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ : କଂଗ୍ରେସ
- ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ ?
- ଭୋଟ ଚୋର ସରକାର ମହାତ୍ମାଙ୍କ ନାମ ପରିବର୍ତ୍ତନ କରିବାର ଦୁଃସାହସ କରିଛି : କଂଗ୍ରେସ
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ଟିକେଟ୍ ବିକ୍ରି ଡିସେମ୍ବର ୧ରୁ
FMNEWS.IN
18-11-2025
ଭୁବନେଶ୍ୱର - କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଡିସେମ୍ବର ୧ ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି।
ଓସିଏ ସମ୍ପାଦକ କହିଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ଟି-୨୦ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ଡିସେମ୍ବର ୧ରେ ବିକ୍ରି ଆରମ୍ଭ ହେବ। ସେହିପରି ଅଫଲାଇନ୍ ଟିକେଟ ଡିସେମ୍ବର ୫ରୁ ଆରମ୍ଭ ହେବ। ଅଫଲାଇନ୍ ରେ ଟିକେଟ୍ ଛଅଟି କାଉଂଟରରେ ବିକ୍ରି ହେବ। ସେହିପରି, ଅନୁବନ୍ଧିତ ସଂଘ ଏବଂ କ୍ଲବଗୁଡ଼ିକ ଡିସେମ୍ବର ୩ ଏବଂ ୪ ରେ ସେମାନଙ୍କର ଟିକେଟ୍ ପାଇବେ। ଅନଲାଇନ୍ ଏବଂ ଅଫ୍-ଲାଇନ୍ ଉଭୟରେ କେତେ ଟିକେଟ୍ ବିକ୍ରି ହେବ ସେ ବିଷୟରେ ସଂଘ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତି ନେଇନାହିଁ।
ସୂଚନାଯୋଗ୍ୟ, ଆସନ୍ତା ୯ ଡିସେମ୍ବରରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।